Foamy urine can take life:- ପଢ଼ନ୍ତୁ ସତର୍କ ହୁଅନ୍ତୁ

କୀର୍ତି- କିରୀଟିନୀ, ଚିରହାସ୍ୟମୟୀ, ପଲ୍ଲୀମାଳିନୀ, ପ୍ରକୃତିଶାଳିନୀ ହେଉଛି ଉତ୍କଳ ଜନନୀ । ସଭ୍ୟତାର କୃଷିଭିଭିକ ସଂସ୍କୃତି ଏହାର ଧର୍ମ ଓ ନୀତିକୈନ୍ଦ୍ରିକ । ଏ ମାଟିର ଆରାଧ୍ଯ ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ । ଜଗନ୍ନାଥ ଚେତନାକୁ କେନ୍ଦ୍ରକରି ଉତ୍କଳୀୟ ସାମାଜିକ ଓ ସାଂସ୍କୃତିକ ଜୀବନଧାରା ହୋଇଛି ଗତିଶୀଳ । କୃଷି ସଭ୍ୟତା ଓ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ପ୍ରତିମାସରେ କିଛି ନା କିଛି ପର୍ବପର୍ବାଣି ପାଳିତ ହୋଇଥାଏ । ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣି ଗୁଡ଼ିକ ମଧ୍ୟରେ ଧର୍ମୀୟ ଅନୁଚିନ୍ତା ରହିଥିଲେ ମଧ୍ୟ ଏଥିରେ ଥିବା ସାମାଜିକ ଓ ସାଂସ୍କୃତିକ ଆବେଦନକୁ ଅସ୍ଵୀକାର କରାଯାଇ ନପାରେ । ବିଜ୍ଞାନ ଯୁଗର ସମସ୍ତ ବିଶ୍ଵାସ, ଅନ୍ଧବିଶ୍ୱାସ, ସଂସ୍କାର ଓ କୁସଂସ୍କାରକୁ ପଛରେ ପକାଇ ଏହା ଉତ୍କଳୀୟମାନଙ୍କ ରକ୍ତରେ ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭ୍ରାତୃତ୍ଵ ଭାବକୁ ଭରିଦେଇ ଏକ ନିଜସ୍ଵ ଓ ମୌଳିକ ସତ୍ତା ନେଇ ବିଦ୍ୟମାନ ।
ପର୍ବପର୍ବାଣି ଗୁଡ଼ିକ ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବ୍ୟସ୍ତ, କର୍ମକ୍ଳାନ୍ତ ଜୀବନକୁ ସରସ, ସୁନ୍ଦର, ସୁଖମୟ ଓ ଉପଭୋଗ୍ୟ କରିବା । ପାପ ଓ ପୂଣ୍ୟ ମଧ୍ୟରେ ଲକ୍ଷ୍ମଣରେଖା ଟାଣି ଧର୍ମଭୀରୁ ଓଡ଼ିଆ ଜାତି କାହିଁ କେଉଁ କାଳରୁ ପାଳନ କରି ଆସିଛି ବାର ମାସରେ ତେର ପର୍ବ । କର୍ମମୟ ଜୀବନରୁ ସାମୟିକ ବିରତି ନେଇ ପୁଣି କର୍ମ ପ୍ରେରଣା ଓ ଉତ୍ସାହକୁ ଉଦ୍ଦୀପିତ କରିବା ସହିତ ସାମାଜିକ ବନ୍ଧନକୁ ଦୃଢ଼ କରିବା ପାଇଁ ମନୁଷ୍ୟ ପର୍ବପର୍ବାଣିଗୁଡ଼ିକର ଶରଣାପନ୍ନ ହୋଇଥାଏ। ଉତ୍କଳୀୟ ମାଟିରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ମଧ୍ଯରେ ରହିଛି ଆଧ୍ୟାତ୍ମିକ ଓ ଆନନ୍ଦପ୍ରାପ୍ତ ତଥା ଧାର୍ମିକ ଓ ସାମୂହିକ ଉଲ୍ଲାସବୋଧ ।
ଓଡ଼ିଶାରେ ଯେଉଁ ସମସ୍ତ ପର୍ବପର୍ବାଣି ପାଳନ କରାଯାଏ ତାହା ମୁଖ୍ୟତଃ ତିନି ପ୍ରକାରର । ସେଗୁଡ଼ିକ ହେଲା – କୃଷିଭିଭିକ, ଧାର୍ମିକ ଓ ଜାତୀୟ । ଗ୍ରୀଷ୍ମଋତୁ ଆରମ୍ଭରେ ବୈଶାଖ ସଂକ୍ରାନ୍ତି ହେଉଛି ବର୍ଷ ଆରମ୍ଭର ଦିନ । ଏହି ଦିନ ଶୈବ ଓ ଶକ୍ତିପୀଠଗୁଡ଼ିକ ଚଳଚଞ୍ଚଳ ଓ ଉତ୍ସବମୁଖରିତ ହୁଏ । ଗ୍ରୀଷ୍ମ ସନ୍ତାପିତ ଓଡ଼ିଆମାନେ ପଣା ଓ ଛତୁ ସେବନ କରନ୍ତି । ମା’ ଶାରଳା, ମଙ୍ଗଳା ଓ ଚର୍ଚ୍ଚିକା ଆଦି ଶକ୍ତି ପୀଠ ଗୁଡ଼ିକ ରେ ଝାମୁ ଯାତ୍ରା ମହାସମାରୋହରେ ପାଳନ କରାଯାଏ । ସାବିତ୍ରୀ ତ୍ରୀ ଅମାବାସ୍ୟା, ଚନ୍ଦନଯାତ୍ରା, ଶୀତଳଷଷ୍ଠୀ, ଦେବସ୍ନାନ ପୂର୍ଣ୍ଣିମା 3 ରଜପର୍ବ ଆଦି ଏହି ସମୟକୁ କରେ ପାର୍ବଣ ମୁଖର । ଆଦ୍ଯ ଆଷାଢ଼ର ଆଗମନରେ ରଜଦୋଳିରେ ଝୁଲୁଥିବା ଓଡ଼ିଆ ଝିଅଙ୍କ କଣ୍ଠରୁ ରାସିଆସେ-👇
“ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଆସିଛି ରଜଲୋ, ଘେନି ନୂଆ ସଜବାଜ।’’
ବର୍ଷାଋତୁର ଆଗମନରେ ବିଶ୍ୱପ୍ରସିଦ୍ଧ ଏହି ପର୍ବ ଆଷାଢ଼ ଶୁକ୍ଳ ଦ୍ଵିତୀୟାଠାରୁ ଆ ରମ୍ଭ ହୋଇ ଏକାଦଶୀ ଶେଷ ହୁଏ । ଦଶମୀ ଦିନ ବାହୁଡ଼ା ଦିନ ହୁଡ଼ାଯାତ୍ରା ହୋଇଥାଏ । ତିନିରଥ ଥରେ ତିନି ଠାକୁରଙ୍କୁ ଦେଖ୍ ପୁନର୍ଜନ୍ମରୁ ପୁନ ଭକ୍ତ ମୁକ୍ତିଲାଭକରିଥାଏ ଥାଏ । ସେଥିପାଇଁ କୁହାଯାଇଛି–👉 ‘‘ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ।”
ଶ୍ରୀକ୍ଷେତ୍ର ପୁରୀ ସହିତ କେନ୍ଦ୍ରାପଡ଼ା, ବାରିପଦା, କୋରାପୁଟ, ଢ଼େଙ୍କାନାଳ, ଛତ୍ରପୁର, ଭାରତର ଅନ୍ୟାନ୍ୟ ସହର ଓ ପୃଥିବୀର ବିଭିନ୍ନ ଦେଶରେ ଏହି ପର୍ବ ବଡ଼ ଭକ୍ତିର ସହିତ ପାଳନ କରାଯାଏ । ଶ୍ରାବଣ ଓ ଭାଦ୍ରବ ମାସରେ ‘ଚିତାଲାଗି ଅମାବାସ୍ୟା’, ‘ଝୁଲଣଯାତ୍ରା’, ‘ଗହ୍ମାପୂର୍ଣିମା’, ‘ଖୁଦୁରୁକୁଣୀ ଓଷା’, ‘ଜନ୍ମାଷ୍ଟମୀ’, ‘ଗଣେଶପୂଜା’, ‘ନୂଆଖାଇ’, ‘ସୋମନାଥ ବ୍ରତ ଓ ‘ସୁନିଆ’ ଆଦି ପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଏ ।
ଶିଶିର ଭିଜା ଶରତ ଋତୁରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କର ଧରାରେ ଆଗମନ ହୁଏ । ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହିତ ସମସ୍ତେ ଦଶହରା ପର୍ବ ପାଳନ କରିଥାନ୍ତି । ଏହି ସମୟରେ କୁମାରପୂର୍ଣ୍ଣିମା କୁଆଁରୀ ଝିଅମାନଙ୍କର ଶ୍ରେଷ୍ଠ ପର୍ବ ହୋଇଥାଏ। ସବୁ କୁଆଁରୀମାନେ ରାତ୍ରି ବିନିଦ୍ର ହୋଇଥାନ୍ତି। ଚନ୍ଦ୍ରସ୍ନାତା ପୃଥ୍ବୀ ପୃଷ୍ଠରେ କୁମାରୀ କନ୍ୟାଙ୍କ ଲୋକଗୀତ –👇👇👇
‘‘କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ’'
ଏକ ସଂଗୀତମୟ ପରିବେଶର ସର୍ଜନା କରେ । ଏହି ଦିନଠାରୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜା । ଢେଙ୍କାନାଳ, କେନ୍ଦ୍ରାପଡ଼ା ଭଳି ଅନେକ ସହର ଓ ଗ୍ରାମଗୁଡ଼ିକ ନବବଧୂର ଭ୍ରମ ସୃଷ୍ଟି କରିଥାଆନ୍ତି । କାର୍ତ୍ତିକ ମାସରେ କାର୍ତ୍ତିକବ୍ରତ ପାଳନ କରାଯାଏ । ଏହି ମାସ ପବିତ୍ର ଓ ଧର୍ମ ମାସ ନାମରେ ବିବେଚିତ ହୋଇଥାଏ। ଏହା ବ୍ୟତୀତ ଦୀପାବଳୀ, କାଳୀପୂଜା ଓ ଗୁରୁବାର ଓଷା ମାର୍ଗଶିର ମାସକୁ ଉତ୍ସବ ମୁଖରିତ କରେ । ଚିତାପକା ସହିତ ପ୍ରତ୍ୟେକ ଗୃହାଙ୍ଗନରୁ ଦୀପାଲୋକରେ ଗୃହିଣୀ କଣ୍ଠରୁ ଝଙ୍କୃତ
"ନମସ୍ତେ ନମସ୍ତେ ମାଗୋ ସାଗର ଦୁଲଣୀ
ନମସ୍ତେ ନମସ୍ତେ ମାଗୋ ଲକ୍ଷ୍ମୀ ଠାକୁରାଣୀ’’
ପୌଷମାସରେ ପାଳିତ ହୁଏ ଧନୁ ସଂକ୍ରାନ୍ତି, ବାଟଓଷା, ବକୁଳ ଅମା ମାବାସ୍ୟା ଓ ଶାମ୍ବଦଶମୀ ଆଦି ପର୍ବ । ସେହିପରି ସରସ୍ୱତୀ ତୀପୂଜା, ମାଘସପ୍ତମୀ ଓ ଅଗ୍ନି ଉତ୍ସବ ପୂର୍ଣ୍ଣିମା ଆଦି ଘମାସରେ ପାଳନ କରାଯାଏ । ଫାଲଗୁନ ମାସରେ ଶିବରାତ୍ରି, ମାଘମାସ ଉତ୍ସବ ଓ ରଙ୍ଗର ପର୍ବ ହୋଲି ପାଳନ କରାଯାଏ । ଚୈତ୍ର ଦୋଳଉତ୍ସ ମାସରେ ଅଶୋକାଷ୍ଟମୀ, ଶ୍ରୀରାମ ନବମୀ, ମହାସମାରୋହରେ ପାଳିତ ହୁଏ ।
ଜୀବନରେ ଉତ୍ସବ ଓ ଆମୋଦପ୍ରିୟ ଉତ୍କଳୀୟମାନ ଏହି ପର୍ବଗୁଡ଼ିକରେ ତାତ୍ତ୍ଵିକ ମୂଲ୍ୟ ଯା ଯାହା ଥାଉନା କାହିଁକି ସାମାଜିକ ମୂଲ୍ୟବୋଧ ସର୍ବାଧିକ । ମାତ୍ର ବିବର୍ତ୍ତିତ ପରିସ୍ଥିତି ୱାର କରିଛି । ବ୍ୟକ୍ତିକୈନ୍ଦ୍ରିକ, ଉତ୍କଳୀୟ ପରମ୍ପରାକୁ ଶକ୍ତ ପ୍ରହାର ସ୍ଵାର୍ଥପର, ମାନସିକତା, ବିଜ୍ଞାନମନ ନସ୍କ ଚିନ୍ତାଧାରା ଓ ବସ୍ତୁବାଦୀ ମନୋବୃତ୍ତି ଜୀବନର ସମସ୍ତ ସରସତା ଓ ଅକପଟ କପଟ ଆତ୍ମୀୟତାକୁ ଅପହରଣ କରି ନେଇଛି । ଫଳରେ ଅନେକ ପର୍ବପର୍ବାଣି ଆଜି ଅସ୍ତିତ୍ୱହରା ହୋଇଯାଇଛି । କିଛି ବିଲୟର ଦ୍ଵାର ଦେଶରେ ପୁନଶ୍ଚ ପାଳିତ ହେଉଥିବା ପର୍ବପର୍ବାଣି ଗୁଡ଼ିକରେ ଅତ୍ଯଧୂକ ଆଡ଼ମ୍ବର ଓ ପ୍ରଦର୍ଶନ ମନୋବୃଭି ଏହାର ଗାମ ଗାମ୍ଭୀର୍ଯ୍ୟକୁ କ୍ଷୁଣ୍ଣ କରିଛି । ମୋଟ ଉପରେ ପାଳିତ ହେଉଥିବା ପର୍ବପର୍ବାଣି ଗୁଡ଼ିକର ସାମାଜିକ ଓ ନୈତିକ ଉପଯୋଗିତାକୁ ଅନୁଭବ କରିପାରିଲେ ଉତ୍କଳୀୟ ସଂସ୍କୃତିର ମୌଳିକତା ଓ ବୈଶିଷ୍ଟ୍ୟ ସୁରକ୍ଷିତ ହୋଇ
Comments
Post a Comment